ତେହେରାନ, ୦୬ /୦୩: ଥମୁନି ଯୁଦ୍ଧ । ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି । ମଧ୍ୟପ୍ରାଚ୍ୟର ଆକାଶରେ ମିସାଇଲ ବର୍ଷା ହେଉଛି । ଆମେରିକା ଏବଂ ଇସ୍ରାଏଲକୁ ଏକା ମୁକାବିଲା କରୁଛି ଇରାନ । ବିଭିନ୍ନ ୟୁଏସ ସୈନ୍ୟ ବେସକୁ ଟାର୍ଗେଟ୍ କରୁଛି । । ଏସବୁ ମଧ୍ୟରେ ଇସ୍ରାଏଲ ଏକ ଭିଡିଓ ପୋଷ୍ଟ କରିଥିଲା । ଯେଉଁଥିରେ ଇରାନର କିଛି ଜାଗାରେ ବୋମାମାଡ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ସମୟରେ ଇସ୍ରାଏଲ ଏକ ହେଲିକପ୍ଟର ଚିତ୍ରକୁ ବୋମା ପକାଇଥିବା ନେଇ ଖବର ଆସୁଛି ।
ରିପୋର୍ଟ ଅନୁସାରେ, ଇସ୍ରାଏଲ ଡିଫେନ୍ସ ଫୋର୍ସେସ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛି । ଏଥିରେ ଇରାନର ଏକ ଏମଆଇ-17 ହେଲିକପ୍ଟରକୁ ଟାର୍ଗେଟ୍ କରାଯାଇଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆ ୟୁଜର କହୁଛନ୍ତି ଯେ ଏହା ସତ ହେଲିକପ୍ଟର ନୁହେଁ । ହେଲିକପ୍ଟରର ଛବିକୁ ଇସ୍ରାଏଲ ଟାର୍ଗେଟ୍ କରିଛି ।
חיל האוויר ממשיך לפגוע ביכולות האוויריות של המשטר האיראני: סוכלו חיילים איראנים שהפעילו מערכות הגנה אווירית נגד מטוסי חיל האוויר pic.twitter.com/f6hg6FV5at
— צבא ההגנה לישראל (@idfonline) March 4, 2026
ଭିଡିଓରେ ଦେଖିବାକୁ ମିଳିଛି ଯେ, ଇସ୍ରାଏଲ ତିନି ଚାରୋଟି ଜାଗାରେ ଏୟାରଷ୍ଟ୍ରାଇକ୍ କରୁଛି । ଏଥିରେ କିଛି ବିଲ୍ଡିଂ ଧ୍ୱଂସ ହେଉଛି । ତେବେ ହେଲିକପ୍ଟରରେ ମିସାଇଲ୍ ଆକ୍ରମଣ ପରେ ଏହା ପୂର୍ବଭଳି ରହୁଛି । ଅର୍ଥାତ ଏହାର ଓ୍ୱିଙ୍ଗ୍ ର କିଛି କ୍ଷତି ହୋଇନାହିଁ । ଯାହାକୁ ନେଇ କିଛି ୟୁଜର ଲେଖିଛନ୍ତି ଯେ, ହେଲିକପ୍ଟରଟି ସତ ହୋଇଥିଲେ ଆକ୍ରମଣ ପରେ ସମାନ ରହିନଥାନ୍ତା । ଆଉ କିଛି ୟୁଜର ଲେଖିଛନ୍ତି ଯେ, ଇସ୍ରାଏଲ କେବଳ ସ୍କୁଲ ଏବଂ ହେଲିକପ୍ଟର ଛବିକୁ ସଠିକ୍ ଟାର୍ଗେଟ୍ କରିପାରୁଛି ।
ଏହି ଖବରଟି ପଢନ୍ତୁ… କୁକୁର ଛୁଆକୁ ମାଡ଼ ବେଳେ ପ୍ରତିବାଦ କରି ଝିଆରୀ ଆକ୍ରମଣର ଶୀକାର, ବଡ଼ ଭାଇର ତେଣ୍ଟା ମାଡ଼ରେ ସାନ ଭାଇ ଗୁରୁତର
ଇରାନର ସ୍ଥାନୀୟ ମିଡିଆ ଅନୁସାରେ, ତେହେରାନ ଇସ୍ରାଏଲର ଚାଲକୁ ବିଫଳ କରିଦେଉଛି । ବିଭିନ୍ନ ଯୁଦ୍ଧ ବିମାନ ଏବଂ ହେଲିକପ୍ଟରର ଛବି ଆଙ୍କି ଇସ୍ରାଏଲ ସେନାକୁ ଭୁଆଁ ବୁଲାଉଛି । ଅନ୍ୟ ଦିଗରେ କିଛି ୟୁଜର ଏହାକୁ ସତ ହେଲିକପ୍ଟର ବୋଲି କହୁଛନ୍ତି ।




