ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ପିଏମ୍ ମୋଦୀ, ପ୍ରତିରକ୍ଷା- ବାଣିଜ୍ୟ ଉପରେ ଚର୍ଚ୍ଚା

ଅଷ୍ଟ୍ରେଲିଆ-ପ୍ରଧାନମନ୍ତ୍ରୀଙ୍କ-ସହ-ଆଲୋଚନା-କଲେ-ପିଏମ୍-ମୋଦୀ,-ପ୍ରତିରକ୍ଷା-ବାଣିଜ୍ୟ-ଉପରେ-ଚର୍ଚ୍ଚା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଜୋହାନି୍ସବର୍ଗରେ ଅଷ୍ଟ୍ରେଲିଆ ସମକକ୍ଷ ଆନ୍ଥୋନୀ ଆଲବାନିଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଦକ୍ଷିଣ ଆଫ୍ରିକା ପହଞ୍ଚିବାର କିଛି ସମୟରେ ଏହି ବୈଠକ ହୋଇଛି । ଦୁଇ ନେତା ପ୍ରତିରକ୍ଷା ଓ ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ, ବାଣିଜ୍ୟ ଓ ନିବେଶକ, ଶିକ୍ଷା ଓ ଜନ-ସମ୍ପର୍କ ପରି ଅନେକ କ୍ଷେତ୍ରରେ ସହଯୋଗର ପ୍ରଗତିର ସମୀକ୍ଷା କରିଛନ୍ତି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଦୁଇ ନେତା ବ୍ୟାପକ ରଣନୈତିକ ସହଭାଗୀତାର ପାଞ୍ଚ ବର୍ଷ ପୂରଣ ଅବସରରେ ଦ୍ୱିପାକ୍ଷିକ ସମ୍ପର୍କର ମଜଭୁତି ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଭାରତ ଏବଂ ଅଷ୍ଟ୍ରେଲିଆ ଅନେକ କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର କରିଛନ୍ତି ଏବଂ ଏହାକୁ ଆହୁରି ଆଗକୁ ନେବା ପାଇଁ ଆଲୋଚନା କରିଛନ୍ତି । ବିଶ୍ୱ ଆତଙ୍କବାଦ ବିରୋଧରେ ଲଢ଼େଇକୁ ଆହୁରି ମଜଭୁତ କରିବାକୁ ମଧ୍ୟ ଦୁଇ ନେତା ସହମତ ହୋଇଛନ୍ତି । ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଏବଂ ସାଉଦି ଆରବରେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟଙ୍କ ପ୍ରତି ଆଲବାନିଜ୍ ସମବେଦନା ପ୍ରକାଶ କରିଛନ୍ତି ।

#WATCH | Johannesburg, South Africa: Australian PM Anthony Albanese expresses condolences over the Red Fort terrorist attack and the bus crash in Saudi Arabia, in which several Indian Umrah pilgrims lost their lives

He further says, “…We have much to discuss, and our… https://t.co/P40OyAawGv pic.twitter.com/uAZIQe3S3A

— ANI (@ANI) November 21, 2025

ବୈଠକରେ ଆଲବାନିଜ୍ କହିଥିଲେ, “ଆମର ଗଭୀର ସମ୍ପର୍କ ରହିଛି ଏବଂ ଆର୍ଥିକ ସହଭାଗୀତାକୁ ଆହୁରି ବିକଶିତ କରାଯିବା ଆବଶ୍ୟକ । ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ଭବିଷ୍ୟତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।” ସୋସିଆଲ ମିଡିଆରେ ଆଲବାନିଜ୍ ଲେଖିଛନ୍ତି ଯେ ଅଷ୍ଟ୍ରେଲିଆ ଏବଂ ଭାରତ ଘନିଷ୍ଠ ବନ୍ଧୁ ଏବଂ ଅଂଶୀଦାର । ବାଣିଜ୍ୟ ଠାରୁ ଆରମ୍ଭ କରି ପ୍ରତିରକ୍ଷା, ସୁରକ୍ଷା, ଶିକ୍ଷା ଏବଂ ସ୍ୱଚ୍ଛ ଶକ୍ତି ପର୍ଯ୍ୟନ୍ତ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଦିନକ ପୂର୍ବରୁ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଭେଟିଥିଲେ । ଦୁଇ ଦେଶ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗୀର ପ୍ରଗତି ସମୀକ୍ଷା କରିଥିଲେ । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସାମ୍ପ୍ରତିକ ବିକାଶ ଉପରେ ଆଲୋଚନା କରିଥିଲେ । ଉଭୟ ଦେଶ ଏକ ମୁକ୍ତ, ସୁରକ୍ଷିତ, ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗର ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

Scroll to Top