ଅଶୁଭ ଶନିବାର, ଭାରସାମ୍ୟ ହରାଇ କେନାଲ ଭିତରକୁ ମାଡିଗଲା ଟ୍ରାକ୍ଟର
Published By: Prativa – Prameya-News7 Bureau | February 13, 2026 08:35 AM
NEWS7
କରଞ୍ଜିଆ ୧୩/୦୨: ଅଶୁଭ ଶନିବାର । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ । ୩ ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହେଉଛନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ମୁର୍ଗାସାହି ନିକଟରେ ।
ସୂଚନା ଥାଉକି, ଭାରସାମ୍ୟ ହରାଇ କେନାଲ ଟ୍ରାକ୍ଟରଟି କେନାଲ ଭିତରକୁ ପଶିଯାଇଥିଲା । ଫଳରେ ଟ୍ରାକ୍ଟରରେ ବସିଥିବା ୩ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ । ତେବେ କରଞ୍ଜିଆ ବ୍ଲକ ଖଡ଼ିକୁଦର ଗାଁରେ ଚାଲିଥିବା ବାର୍ଷିକ କ୍ରୀଡା ଦେଖି ଘରକୁ ଫେରୁଥିଲେ ସବୁ ।
also read…
https://www.prameyanews7.com/pilgrim-bus-accident-driver-dies
ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ ନାବାଳକ ରହିଥିବା ବେଳେ ଦୁର୍ଘଟଣାରେ ଟ୍ରାକ୍ଟର ଡ୍ରାଇଭର ମୃତ । ତେବେ ଖବର ପାଇ ଅଗ୍ନିଶମ ଓ ଆମ୍ବୁଲାନ୍ସ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡ଼ିକାଲକୁ ଅଣାଯାଇଛି ଓ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।




