ନୂଆଦିଲ୍ଲୀ – ଭାରତରେ ଦାନ ଓ ସମାଜସେବାର ଭାବନା ଲଗାତାର ଦୃଢ ହେବାରେ ଲାଗିଛି। ଏହାର ସଦ୍ୟ ଉଦାହରଣ ଏଡେଲଗିଭ୍ ହୁରେନ ଇଣ୍ଡିଆ ପରୋପକାର ତାଲିକାରେ ୨୦୨୫, ଯେଉଁଥିରେ ଦେଶର ସବୁଠୁ ଉଦାର ତଥା ଦାନବୀର ବ୍ୟକ୍ତି ଓ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇଛି। ରିପୋର୍ଟ ଅନୁସାରେ , ଭାରତର ଶୀର୍ଷ ପରୋପକାରୀଙ୍କ ବର୍ଷ ୨୦୨୫ରେ ମୋଟ ୧୦,୩୮୦ କୋଟିର ଦାନ କରିଛନ୍ତି। ଏହି ତାଲିକାରେ ମୋଟ ୧୯୧ ଦାନବୀର ସାମିଲ ଅଛନ୍ତି, ଯେଉଁଥିରୁ ୧୨ଟି ନୂଆ ମୁହଁ ପ୍ରଥମ ଥର ଏହି ପ୍ରତିଷ୍ଠିତ ତାଲିକାରେ ସ୍ଥାନ ବଜାୟ ରଖିବାରେ ସଫଳ ରହିଛନ୍ତି। ଗତ ତିନି ବର୍ଷରେ ଦେଶରେ ଦାନର ରାଶିରେ ୮୫ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି, ଯାହା ଭାରତରେ ପରୋପକାରର ବଢୁଥିବା ସଂସ୍କୃତିକୁ ଦର୍ଶାଏ।
ଏହି ତାଲିକାରେ ଟପ୍ ସ୍ଥାନରେ ପୁଣି ଥରେ ଏଚସିଏଲ ଟେକ୍ନୋଲଜିଜ୍ର ପ୍ରତିଷ୍ଠାତା ଶିବ ନାଦର ଓ ତାଙ୍କର ପରିବାର ଅଛନ୍ତି। ସେ ୨୦୨୫ ମସିହାରେ ମୋଟ ୨,୭୦୮ କୋଟି ଟଙ୍କା ଦାନ ଦେଇଛନ୍ତି, ଯେଉଁଥିରୁ ସେ ଗତ ପାଞ୍ଚ ବର୍ଷରେ ୪ର୍ଥ ଥର ଭାରତର ସବୁଠୁ ଦାନବୀର ହୋଇଛନ୍ତି। ତାଙ୍କର ଏହି ଯୋଗଦାନ ପ୍ରତିଦିନ ହାରାହାରି ୭.୪ କୋଟି ଟଙ୍କା ସହ ସମାନ। ରିପୋର୍ଟ ଅନୁସାରେ , ଶିବ ନାଦରଙ୍କର ଦାନ ଗତ ବର୍ଷର ତୁଳନାରେ ୨୬ ପ୍ରତିଶତ ଅଧିକ ରହିଛି।
ଟପ୍ ୧୦ ଦାନବୀରର ତାଲିକା –
୧- ଶିବ ନାଦର ଓ ପରିବାର
– ଦାନ ରାଶି : ୨,୭୦୮ କୋଟି ଟଙ୍କା
-ଦାନର ବଡ଼ ଭାଗ ଶିବ୍ ନାଦର ଫାଉଣ୍ଡେସନ ମାଧ୍ୟମରେ ଶିକ୍ଷା ଓ କଳା-ସଂସ୍କୃତିର ବିକାଶ ଉପରେ କେନ୍ଦ୍ରିତ।
-ବର୍ଷ ବର୍ଷ ଧରି ୨୬ ପ୍ରତିଶତର ବୃଦ୍ଧି ।
୨ – ମୁକେଶ ଅମ୍ୱାନୀ ଓ ପରିବାର
-ଦାନ ରାଶି ; ୬୨୬ କୋଟି ଟଙ୍କା
-ପରୋପକାରର କ୍ଷେତ୍ର : ଶିକ୍ଷା , ଗ୍ରାମୀଣ ପରିବର୍ତ୍ତନ , ସ୍ୱାସ୍ଥ୍ୟ , ମହିଳା ସଶକ୍ତିକରଣ ଓ ଐତିହ୍ୟ ସଂରକ୍ଷଣ ।
-୬୮ ବର୍ଷିୟ ଅମ୍ୱାନୀଙ୍କର ଫାଉଣ୍ଡେସନ ଭାରତରେ ସବୁଠୁ ସକ୍ରିୟ ଏସସିଆର ସଂସ୍ଥା ମଧ୍ୟରୁ ଗୋଟିଏ।
୩- ବଜାଜ ପରିବାର ( ଜମନାଲାଲ କନିରାମ ବଜାଜ ଟ୍ରଷ୍ଟ , କମଲନୟନ ଜମନାଲାଲ ବଜାଜ ଫାଉଣ୍ଡେସନ )
-ଦିନ ରାଶି : ୪୪୬ କୋଟି (୨୭ ପ୍ରତିଶତର ବୃଦ୍ଧି)
-ଗ୍ରାମୀଣ ଭାରତରେ ସାମାଜିକ-ଆର୍ଥିକ ବିକାଶ ଦିଗରେ କାର୍ଯ୍ୟରତ ।
୪-କୁମାର ମଙ୍ଗଳମ୍ ବିର୍ଲା ଓ ପରିବାର ( ଆଦିତ୍ୟ ବିର୍ଲା ଗ୍ରୁପ୍)
-ଦାନ ରାଶି : ୪୪୦ କୋଟି ଟଙ୍କା
– ଦାନର ପାଖାପାଖି ୨୦ ପ୍ରତିଶତ ବ୍ୟକ୍ତିଗତ ଫଣ୍ଡରୁ।
– ଶିକ୍ଷା, ସ୍ୱାସ୍ଥ୍ୟ , ମହିଳା ସଶକ୍ତିକରଣ ଓ ଖେଳ କ୍ଷେତ୍ରରେ ସକ୍ରିୟ ।
୫-ଗୌତମ ଆଦାନୀ ଓ ପରିବାର (ଅଦାନୀ ଫାଉଣ୍ଡେସନ)
-ଦାନ ରାଶି : ୩୮୬ କୋଟି ( ୧୭ ପ୍ରତିଶତର ବୃଦ୍ଧି)
-ଫୋକସ : ଶିକ୍ଷା , କୌଶଳ ବିକାଶ , ସାଂପ୍ରଦାୟିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ)
ନନ୍ଦନ ନିଲେକାନୀ ( ନିଲେକାନି ଫିଲାନ୍ଥ୍ରୋପିଜ୍)
-ଦାନ ରାଶି : ୩୬୫ କୋଟି ଟଙ୍କା (୧୯ ପ୍ରତିଶତର ବୃଦ୍ଧି)
-ସାର୍ବଜନିକ ସେବାରେ ନବସୃଜନ ଓ ସାମାଜିକ ଇକୋସିଷ୍ଟମ ନିର୍ମାଣ ଉପରେ କେନ୍ଦ୍ରିତ।
୭ -ହିନ୍ଦୁଜା ପରିବାର (ହିନ୍ଦୁଜା ଫାଉଣ୍ଡେସନ)
-ଦାନ ରାଶି : ୨୯୮ କୋଟି ଟଙ୍କା
-ପୁନଃ ଟପ୍ ୧୦କୁ ଫେରିବଲେ ।
-ଫୋକସ : ସ୍ୱାସ୍ଥ୍ୟ , ଶିକ୍ଷା ଓ ସ୍ଥାୟୀ ଜୀବିକା ।
୮-ରୋହିଣୀ ନିଲେକାନି (ରୋହିଣୀ ନିଲେକାନି ଫିଲାନ୍ଥ୍ରୋପିଜ୍, ଏକଷ୍ଟେପ୍ ଫାଉଣ୍ଡେସନ )
-ଦାନ ରାଶି : ୨୦୪ କୋଟି
– ୬୬ ବର୍ଷିୟ ରୋହିଣୀ ନିଲେକନି ଭାରତର ସବୁଠୁ ଦାନବୀର ମହିଳା ପରୋପକାରୀ।
-ଶିକ୍ଷା ଓ ସାମାଜିକ ବିକାଶ ଉପରେ କେନ୍ଦ୍ରିତ ।
୯- ସୁଧୀର ଓ ସମୀର ମେହଟ୍ଟା ( ୟୁଏନଏମ ଫାଉଣ୍ଡେସନ)
-ଦାନ ରାଶି : ୧୮୯ କୋଟି ଟଙ୍କା
-ପ୍ରଥମ ଥର ଟପ୍ ୧୦ରେ ସାମିଲ ।
-ଫୋକସ : ସ୍ୱାସ୍ଥ୍ୟ , ଗ୍ରାମୀଣ ବିକାଶ ଓ ଶିକ୍ଷା ।
୧୦ – ସାଇରସ ପୁନାୱାଲା ଓ ଆଦର ପୁନାୱାଲା (ଭିଲୋ ପୂନାୱାଲା ଫାଉଣ୍ଡେସନ)
-ଦାନ ରାଶି : ୧୭୩ କୋଟି ଟଙ୍କା
ଫୋକସ : ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ବିସ୍ତାର ।




