ମୁମ୍ୱାଇ : ବଲିଉଡର ପ୍ରସିଦ୍ଧ ଅଭିନେତା ତଥା ବିଗ୍ ବି ଅମିତାଭ ବଚ୍ଚନଙ୍କର ଆଜି (ଶନିବାର) ଜନ୍ମଦିନ। ଏହି ଅବସରରେ ପ୍ରଶଂସକଙ୍କ ସହ ସେଲେବ୍ରିଟିମାନେ ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଏହି ମଧ୍ୟରେ ଶିଳ୍ପା ଶିରୋଡକରଙ୍କର ଏକ ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସେ କହିଛନ୍ତି ଯେ, କେମିତି ଏକ ସମୟ ଥିଲା ଯେବେ ସେ ବିଗ୍ ବି’ଙ୍କୁ ବିବାହ କରିବାକୁ ଚାହୁଁ ଥିଲେ। ଶିଳ୍ପା ବିଗ୍ ବି’ଙ୍କ ସହ ଫଟୋ ମଧ୍ୟ ସେୟାର କରିଛନ୍ତି।
ଶିଳ୍ପା ଫିଲ୍ମ ‘ଖୁଦା ଗୱାହ’ର ନିଜର ଓ ବିଗ୍ ବି‘ଙ୍କ ଫଟୋ ସେୟାର କରିଛନ୍ତି , ଯେଉଁଥିରେ ପ୍ରଥମ ଫଟୋରେ ସେ ବିଗ୍ ବି’ଙ୍କ ଆଲିଙ୍ଗନ କରୁଛନ୍ତି। ଦ୍ୱିତୀୟରେ ବିଗ୍ ବି , ଶିଳ୍ପାଙ୍କ ପଛରେ ଠିଆ ହୋଇଛନ୍ତି।
ଫଟୋ ସେୟାର କରି ଶିଳ୍ପା ଲେଖିଛନ୍ତି ,ଯାହାଙ୍କୁ ସିକ୍ରେଟ୍ଲି ବିବାହ କରିବାକୁ ଚାହୁଁ ଥିଲି, ଯେତେବେଳେ ମୁଁ ତାଙ୍କର ପ୍ରଶଂସକ ଥିଲି ଏବଂ ଯିଏକି ମୋତେ ଜଣେ କୋ-ଷ୍ଟାର ଭାବେ ବହୁତ କିଛି ଶିଖାଇଛନ୍ତି। ଆପଣଙ୍କୁ ବାର୍ଥଡେର ବହୁତ ବହୁତ ଶୁଭେଚ୍ଛା ଅମିତ୍ ଜୀ। ଆପଣ ଏମିତି ହିଁ ବଡ଼ ପରଦାରେ ଚମକୁ ଥାନ୍ତୁ।
କହି ରଖୁଛୁ କି , ‘ଖୁଦା ଗୱାହ’ ଫିଲ୍ମ ୧୯୯୨ ମସିହାରେ ରିଲିଜ୍ ହୋଇ ଥିଲା, ଯାହାକୁ ମୁକୁଲ ଏସ୍ ଆନନ୍ଦ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମରେ ଅମିତାଭ ବଚ୍ଚନ , ଶ୍ରୀଦେବୀ , ନାଗାର୍ଜୁନ , ଶିଳ୍ପା ଶିରୋଡକର , ଡ୍ୟାନି ଓ କିରଣ କୁମାର ଥିଲେ।
ଶିଳ୍ପା ଓ ବିଗ୍ ବିଙ୍କ ସହ ଫିଲ୍ମ ‘ହମ୍ ’ରେ ମଧ୍ୟ କାମ କରି ସାରିଛନ୍ତି। ଫିଲ୍ମରେ ଏହି ଦୁଇ ଜଣଙ୍କ ବ୍ୟତୀତ ରଜନୀକାନ୍ତ , ଗୋବିନ୍ଦା , କିମି କଟକର , ଦୀପା ସାହି ,ଡ୍ୟାନି , ଅନୁପମ ଖେର ଓ କାଦର ଖାନ ଥିଲେ।
ଶିଳ୍ପାଙ୍କର ଅପକମିଂ ଫିଲ୍ମ କଥା ଯଦି କହିବା ତ ସେ ଏବେ ତେଲୁଗୁ ଫିଲ୍ମ ଜଟାଧାରାରେ ନିଜର ଆସିବେ , ଯେଉଁଥିରେ ସୋନାକ୍ଷୀ ସିହ୍ନା ଓ ସୁଧୀର ବାବୁ ମଧ୍ୟ ଅଛନ୍ତି।




