ମୁମ୍ୱାଇ – ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ କ୍ୟାରିୟରର ଗ୍ରାଫ୍ ଯେବେ ଖୁବ୍ ଜୋରରେ ଉପରକୁ ଯାଉଥିଲା , ସେତେବେଳେ ଯେକେହି ତାଙ୍କ ସହ କାମ କରିବାକୁ ଚାହୁଁ ଥିଲେ। ପ୍ରତି ଆକ୍ଟର ଚାହୁଁଥିଲେ ଯେ ତାଙ୍କୁ ବିଗ୍ବି’ଙ୍କ ସହ ସ୍କ୍ରିନ୍ ସେୟାର କରିବାର ସୁଯୋଗ ଟିକେ ମିଳୁ। କିନ୍ତୁ ଏହି ମଧ୍ୟରେ ଜଣେ ଅଭିନେତ୍ରୀ ଏମିତି ବି ଥିଲେ , ଯିଏ ତାଙ୍କ ସହ କେବେ ବି କାମ ନକରିବାକୁ ଚାହୁଁ ଥିଲେ। ଏହି ଅଭିନେତ୍ରୀ ଲଗାତାର ଅମିତାଭଙ୍କ ସହ ସ୍କ୍ରିନ୍ ସେୟାର କରିବାରୁ ବଞ୍ଚିତ ରହୁଥିଲେ, କିନ୍ତୁ ପୁଣି କିଛି ଏମିତି ହେଲା ଯେ, ଗୋଟିଏ ଫିଲ୍ମରେ ସେ ଅମିତାଭଙ୍କ ସହ କାମ କରିବାକୁ ହଁ କରି ଦେଲେ , ଆଉ ଏହି ଫିଲ୍ମଟି ଖୁବ୍ ସୁପରହିଟ୍ ହୋଇଥିଲା। ଏହି ଯୋଡ଼ି ଖୁବ୍ ଲୋକପ୍ରିୟ ପାଲଟି ଗଲେ।
ଆମେ କଥା ହେଉଛେ , ବଲିଉଡ୍ର ଦିବଙ୍ଗତ ଏଭରଗ୍ରୀନ୍ ଦିଭା ଶ୍ରୀଦେବୀଙ୍କ ବିଷୟରେ। ଶ୍ରୀଦେବୀ ଅମିତାଭ ବଚ୍ଚନଙ୍କ ସହ କାମ କରିବାରୁ ଦୂରେଇ ରହୁଥିଲେ , କାରଣ ସେ ଭାବୁ ଥିଲେ ଯେ, ଅମିତାଭଙ୍କ ଓରା ତାଙ୍କୁ ଓଭରସ୍ୟାଡୋ କରି ଦେବ। ୧୯୮୬ ମସିହା ପରେ ଶ୍ରୀଦେବୀ ସ୍ଥିର କରିଥିଲେ ଯେ, ଅମିତାଭ ବଚ୍ଚନ ସ୍ଥିର କଲେ ଯେ , ସେ କେବେ ବି ଅମିତାଭ ବଚ୍ଚନଙ୍କ ଓପୋଜିଟ୍ରେ କୌଣସି ଫିଲ୍ମରେ କାମ କରିବେ ନାହିଁ। କିନ୍ତୁ ପୁଣି ଚମତ୍କାର ହେଲା।

୧୯୯୨ ମସିହାରେ ଶ୍ରୀଦେବୀ ଅମିତାଭ ବଚ୍ଚନଙ୍କ ସହ କାମ କରିବାକୁ ରାଜି ହୋଇଗଲେ। ଫିଲ୍ମ ’ଖୁଦା ଗବାହ’ ରେ ପ୍ରଥମେ ଡିମ୍ପଲ କପାଡିଆଙ୍କୁ ଲିଡ୍ ରୋଲ୍ ପାଇଁ ବଛା ଯାଇଥିଲା, କିନ୍ତୁ ସେ ନିଜର କ୍ୟାରିୟରର ପିକ୍ରେ ଥିଲେ ଏବଂ ବହୁତ ଅଧିକ ଫିସ୍ ଚାର୍ଜ କରୁଥିଲେ। ମେକର୍ସ ତାଙ୍କୁ କାଷ୍ଟ ନକରିବାକୁ ନିଷ୍ପତ୍ତି ନେଲେ ଏବଂ ଏହି ଅଫର ଶ୍ରୀଦେବୀଙ୍କୁ ଦେଲେ। ଆରମ୍ଭରେ ଶ୍ରୀଦେବୀ ଏହି ରୋଲ୍ କରିବାକୁ ମନା କରିଦେଲେ କିନ୍ତୁ ପରେ ଯେମିତି ସେ ଏହି ଫିଲ୍ମର ସ୍କ୍ରିପ୍ଟ ପଢିଲେ , ତ ସେ ଶୀଘ୍ର ରାଜି ହୋଇଗଲେ। ଶ୍ରୀଦେବୀ ନିଜେ ହିଁ ନିଜର ନିଷ୍ପତ୍ତି ବଦଳାଇ ଦେଲେ।
ସେ ଅମିତାଭଙ୍କ ସହ ବଡ଼ ପରଦାରେ ନଜର ଆସିଲେ ଏବଂ ଫିଲ୍ମ ଆୟର ଅନେକ ରେକର୍ଡ ଭାଙ୍ଗି ଦେଇଥିଲା। ପାଖାପାଖି ୧୭ କୋଟି ଟଙ୍କାର ଖର୍ଚ୍ଚରେ ନିର୍ମିତ ଏହି ଫିଲ୍ମ ସେହି ବର୍ଷର ତୃତୀୟ ସବୁଠୁ ଅଧିକ ଆୟ କରିବାର ଫିଲ୍ମ ହୋଇ ପାରିଥିଲା।
କହି ରଖୁଛୁ ଯେ, ଏହା ପରେ ମଧ୍ୟ ଅନେକ ଅବସରରେ ଅମିତାଭ ବଚ୍ଚନ ଓ ଶ୍ରୀଦେବୀ ଏକାଠି କାମ କରିବା ନଜର ଆସି ଥିଲେ ଏବଂ ଅଧିକାଂଶ ଥର ଦର୍ଶକମାନେ ତାଙ୍କର ଯୋଡ଼ିଙ୍କୁ ପ୍ରଶଂସା କରିବା ସହ ଭଲ ପାଇବା ଦେଇଥିଲେ।




