ଅମରାବତୀ ଏବେ ଆନ୍ଧ୍ରର ଏକମାତ୍ର ରାଜଧାନୀ ! ଲୋକସଭାରେ ବିଲ୍ ପାସ୍
ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍ ଆଗତ କରିଥିଲେ । ଏହା ଉପରେ ୧ ଘଣ୍ଟାରୁ ଅଧିକ ସମୟ ବିତର୍କ ହୋଇଥିଲା । ଏହାପରେ ଧ୍ୱନିମତରେ ବିଲଟି ଗୃହୀତ ହୋଇଥିଲା । ଏହାଛଡ଼ା ଆଜି ଲୋକସଭାରେ ଜନ ବିଶ୍ୱାସ ବିଲ୍ ଏବଂ ରାଜ୍ୟସଭାରେ ସିଏପିଏଫ୍ ବିଲ୍ ମଧ୍ୟ ଗୃହୀତ ହୋଇଯାଇଛି ।
Published By: Ankit M – Prameya-News7 Bureau | April 02, 2026 09:03 AM
NEWS7
ବିଶାଖାପଟନାମ, ୦୨/୦୪ : ଲୋକସଭାରେ ବୁଧବାର ଆନ୍ଧ୍ରପ୍ରଦେଶ ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୬ ଗୃହୀତ ହୋଇଯାଇଛି । ଏହି ବିଲ୍ ଜରିଆରେ ଅମରାବତୀକୁ ଆନ୍ଧ୍ରପ୍ରଦେଶର ଏକମାତ୍ର ତଥା ସ୍ଥାୟୀ ରାଜଧାନୀ ଭାବେ ସ୍ୱୀକୃତି ମିଳିବ ।
ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍ ଆଗତ କରିଥିଲେ । ଏହା ଉପରେ ୧ ଘଣ୍ଟାରୁ ଅଧିକ ସମୟ ବିତର୍କ ହୋଇଥିଲା । ଏହାପରେ ଧ୍ୱନିମତରେ ବିଲଟି ଗୃହୀତ ହୋଇଥିଲା । ଏହାଛଡ଼ା ଆଜି ଲୋକସଭାରେ ଜନ ବିଶ୍ୱାସ ବିଲ୍ ଏବଂ ରାଜ୍ୟସଭାରେ ସିଏପିଏଫ୍ ବିଲ୍ ମଧ୍ୟ ଗୃହୀତ ହୋଇଯାଇଛି ।
ଏହା ପୂର୍ବରୁ ବୁଧବାର ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ ବିରୋଧୀ ସାଂସଦମାନେ ବିଦେଶୀ ଅଂଶଦାନ ସଂଶୋଧନ ବିଲ୍ (ଏଫ୍ସିଆର୍ଏ) କୁ ନେଇ ହଙ୍ଗାମା କରିଥିଲେ । ସେମାନେ ବିଲ୍କୁ ପ୍ରତ୍ୟାହାର ଲାଗି ସ୍ଲୋଗାନ ଦେଇଥିଲେ । ବାଚସ୍ପତି ଓମ୍ ବିର୍ଲା ସାଂସଦଙ୍କୁ ଶାନ୍ତ ରହିବାକୁ ଅପିଲ୍ କରିଥିଲେ । କିନ୍ତୁ ସେମାନେ ନିଜ ଆସନରେ ଛିଡ଼ା ହୋଇ ବିରୋଧ କରିଥିଲେ । ଏହି ବିଲ୍ରେ ବିଦେଶୀ ପାଣ୍ଠି ସହ ଜଡ଼ିତ ନିୟମକୁ ଆହୁରି ସ୍ପଷ୍ଟ ତଥା କଡ଼ାକଡ଼ି କରିବା ଲାଗି ପ୍ରସ୍ତାବ ରହିଛି । ଏହାଦ୍ୱାରା ଏନ୍ଜିଓଗୁଡ଼ିକୁ ମିଳୁଥିବା ବିଦେଶୀ ପାଣ୍ଠିରେ ସ୍ୱଚ୍ଛତା ଆସିବ ।