ଅଭିଷେକଙ୍କୁ ମାରିଲେ ବି ସେ ବ୍ୟାଟ୍ ଦେବେନି : ଗୁମର ଖୋଲିଲେ ଯୁବରାଜ

ଅଭିଷେକଙ୍କୁ-ମାରିଲେ-ବି-ସେ-ବ୍ୟାଟ୍-ଦେବେନି-:-ଗୁମର-ଖୋଲିଲେ-ଯୁବରାଜ

ନୂଆଦିଲ୍ଲୀ, ୧୦|୧୧: ସାମ୍ନାକୁ ଆସିଲା ଅଭିଷେକ ଶର୍ମାଙ୍କ ବଡ ସିକ୍ରେଟ୍ । ସବୁ ଗୁମର ଖୋଲିଦେଲେ ଯୁବରାଜ ସିଂ । ଭାରତୀୟ ଦଳର ବିସ୍ଫୋରକ ବ୍ୟାଟର ଅଭିଷେକଙ୍କ ବିଷୟରେ ବଡ କଥା କହିଛନ୍ତି ତାଙ୍କୁ କୋଚିଂ ଦେଇଥିବା ଯୁବରାଜ । ଅନ୍ତର୍ଜାତୀୟ ଟି୨୦ରେ ଦ୍ରୁତତମ ୧୦୦୦ ରନ୍ ପୂରଣ କରିବା ପରେ ଯୁବିଙ୍କ ବୟାନ ସାମ୍ନାକୁ ଆସିଛି ।

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ତଥା ପଞ୍ଚମ ମ୍ୟାଚରେ ଅଭିଷେକ ୧୦୦୦ ରନ୍ ପୂରଣ କରିଥିଲେ । ମାତ୍ର ୫୨୮ ବଲ୍ ଖେଳି ସେ ଏହି କୀର୍ତ୍ତି ହାସଲ କରିଛନ୍ତି । ଏପରିକି ସିରିଜରେ ତାଙ୍କ ବ୍ୟାଟରୁ ସର୍ବାଧିକ ରନ୍ ବାହାରିଥିଲା ।

ସବୁଠାରୁ ବଡ କଥା ହେଉଛି ଯେ, ତାଙ୍କ ସଫଳତା ପଛରେ ଯୁବରାଜଙ୍କ ବଡ ହାତ ରହିଛି । କ୍ରିକେଟ୍ କ୍ୟାରିଅର ଆରମ୍ଭରେ ସେ ୟୁବିଙ୍କ ପାଖରେ ତାଲିମ ନେଉଥିଲେ । ଅନେକ ସମୟରେ ଷ୍ଟାଡିୟମରେ ଯୁବି ନିଜେ ଉପସ୍ଥିତ ରହି ଅଭିଷେକଙ୍କୁ ଚିଅର କରୁଥିବା ଦେଖିବାକୁ ମିଳେ ।

ନିକଟରେ ଯୁବରାଜ ଅଭିଷେକଙ୍କ ଏକ ମଜାଳିଆ ଗୁଣ ବାବଦରେ କହିଥିଲେ । ସେ କହିଥିଲେ ଯେ, ଅଭିଷେକ କେବେହେଲେ ନିଜ ବ୍ୟାଟ୍ ସେୟାର କରନ୍ତିନି । ସେ ଧରିବାକୁ ମଧ୍ୟ ଅନ୍ୟ କାହାକୁ ବ୍ୟାଟ୍ ଦିଅନ୍ତି ନାହିଁ । ତାଙ୍କ ପାଖରେ ଅନେକ ବ୍ୟାଟ୍ ଅଛି ।ସାଥୀ ଖେଳାଳି ତାଙ୍କୁ ମାଗିଥାନ୍ତି । ହେଲେ ସେ ସିଧାସିଧା ମନା କରିଦିଅନ୍ତି ।

ଯୁବରାଜ ଆହୁରି କହିଛନ୍ତି ଯେ, ଅଭିଷେକଙ୍କୁ ଯାହା ମାଗିଲେ ସେ ଦେଇଦେବେ କିନ୍ତୁ ବ୍ୟାଟ୍ ଦେବେ ନାହିଁ । ଆପଣ ତାଙ୍କୁ ବାଡେଇଲେ, ପିଟିଲେ କିମ୍ବା ମାରିଦେଲେ ବି ସେ ବ୍ୟାଟ୍ ଦେବେ ନାହିଁ ବୋଲି ଭାରତର ପୂର୍ବତନ ଷ୍ଟାର ଅଲରାଉଣ୍ଡର ପ୍ରକାଶ କରିଛନ୍ତି ।

Scroll to Top