ଅବକାରୀ ବିଭାଗକୁ ସଫଳତା, ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
Published By: Kirti – Prameya-News7 Bureau | October 28, 2025 11:25 AM
NEWS7
କଟକ ୨୮।୧୦ : ଅବକାରୀ ବିଭାଗକୁ ସଫଳତା । କଟକ ମଙ୍ଗୁଳି ନିକଟରୁ ୩୧ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ ହୋଇଛି। ଏହାସହିତ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ।
ଖବର ଅନୁଯାୟୀ, ମଙ୍ଗୁଳି ଛକ ନିକଟରେ ବ୍ରାଉନସୁଗାର କାରବାର ନେଇ ଅବକାରୀ ବିଭାଗକୁ ଗୁଇନ୍ଦା ସୂଚନା ମିଳିଥିଲା । ଯାହାକୁ ଆଧାର କରି ଅବକାରୀ ବିଭାଗ ଉକ୍ତ ସ୍ଥାନରେ ଚଢାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ଯାହାର ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ସେହିପରି ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଦୁଇ ଅଭିଯୁକ୍ତ ହେଲେ ବାସୁଦେବ ଦାସ ଓ ସରୋଜ କୁମାର ରାଉତ ବୋଲି ଜଣାପଡିଛି।




