ଅପରେସନ ‘ସାଇବର କବଚ’କୁ ଆଉ ଏକ ସଫଳତା, ୨ ଝାଡ଼ଖଣ୍ଡୀ ସାଇବର ଅପରାଧୀଙ୍କ ସମେତ ୫ ଠକ ଗିରଫ

ଅପରେସନ-‘ସାଇବର-କବଚ’କୁ-ଆଉ-ଏକ-ସଫଳତା,-୨-ଝାଡ଼ଖଣ୍ଡୀ-ସାଇବର-ଅପରାଧୀଙ୍କ-ସମେତ-୫-ଠକ-ଗିରଫ

ବଡ଼ବିଲ: ଚାଲିଛି ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ୍ “ସାଇବର କବଚ”। ଏହି କ୍ରମରେ ଚମ୍ପୁଆ ପୋଲିସ୍ ୫ ଜଣ ସାଇବର ଠକଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୩ଟି ଡେବିଟ୍ କାର୍ଡ, ୨ଟି ପାନ୍ କାର୍ଡ ଓ ୬ଟି ମୋବାଇଲ୍ ଫୋନ୍ ଜବତ୍ କରିଛି । ଗିରଫ ୫ଜଣ ହେଲେ, ଝାଡ଼ଖଣ୍ଡ ଚାଇଁବାସା ଥାନା ବଡ଼ବିଲ ଅଞ୍ଚଳର ସାୱାନ ମାଛୁଆ, ମହୁଲସାହିର ଜାକ୍ରୀୟା ଦେବଗନ୍, ଚମ୍ପୁଆ ଥାନା ଶଙ୍କରପୁର ଅଞ୍ଚଳର କୃଷ୍ଣ ଲୋହାର୍ ଏବଂ ହେମନ୍ତ ଲୋହାର୍ ଓ ଟୁଙ୍ଗଲେଇ ସାହିର ଦୀପକ୍ କୁମାର ମୁଣ୍ଡା।

ପୋଲିସ୍ ସୂଚନା ଅନୁସାରେ, ଚମ୍ପୁଆ ଥାନା ଅଧୀନରେ ଥିବା ବ୍ୟାଙ୍କ ଗୁଡ଼ିକରେ କିଛି ମ୍ୟୁଲ୍ ଆକାଉଣ୍ଟ ରହିଥିବା ପୋଲିସକୁ ସୂଚନା ହସ୍ତଗତ ହୋଇଥିବାବେଳେ, ସେଥିରେ ସାଇବର କ୍ରାଇମ୍ ବା ଅପରାଧର ଟଙ୍କା ପଇସା କାରବାର ହୋଇଥିବା ମଧ୍ୟ ଜଣାପଡ଼ିଥିଲା।

ଅଭିଯୁକ୍ତମାନେ କିଛି ବ୍ୟାଙ୍କରେ ମ୍ୟୁଲ୍ ଆକାଉଣ୍ଟ ଖୋଲି ସେଗୁଡ଼ିକୁ ଝାଡ଼ଖଣ୍ଡର ସାଇବର ଅପରାଧୀଙ୍କୁ ହସ୍ତାନ୍ତର କରୁଥିଲେ ଏବଂ ସାଇବର ଅପରାଧୀ ଏହି ଆକାଉଣ୍ଟ ଗୁଡ଼ିକୁ କୋଟି କୋଟି ଟଙ୍କାର ସାଇବର ଠକେଇରେ ବ୍ୟବହାର କରୁଥିଲେ । ଏହି ମ୍ୟୁଲ୍ ଆକାଉଣ୍ଟ ପାଇଁ ଏମାନେ ମୋଟା ଅଙ୍କର କମିଶନ୍ ମଧ୍ୟ ପାଉଥିଲେ । କାରବାର ହୋଇଥିବା ଟଙ୍କାକୁ ନେଇ ମଧ୍ୟ ତଦନ୍ତ ଚାଲିଛି ।

ତେବେ ଏହି ଅପରାଧିକ ମାମଲାର ମାଷ୍ଟର ମାଇଣ୍ଡ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ପୋଲିସ ଜାଣିବାକୁ ପାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ନେଇ ଚମ୍ପୁଆ ଏସଡିପିଓ ରଶ୍ମୀରଞ୍ଜନ ସାହୁ ସୂଚନା ଦେଇଛନ୍ତି ।

Scroll to Top