ଅପରାଧ ଘଟାଇବାକୁ ବୋମା ନେଇ ଯାଉଥିଲା ଗ୍ୟାଙ୍ଗଷ୍ଟରର ସହଯୋଗୀ, ହାତରେ ଫୁଟିଗଲା

ଅପରାଧ-ଘଟାଇବାକୁ-ବୋମା-ନେଇ-ଯାଉଥିଲା-ଗ୍ୟାଙ୍ଗଷ୍ଟରର-ସହଯୋଗୀ,-ହାତରେ-ଫୁଟିଗଲା

ଅପରାଧ ଘଟାଇବାକୁ ବୋମା ନେଇ ଯାଉଥିଲା ଗ୍ୟାଙ୍ଗଷ୍ଟରର ସହଯୋଗୀ, ହାତରେ ଫୁଟିଗଲା

Published By : Prameya-News7 Bureau | August 10, 2025 IST

BREAKING NEWS

ବାଲିକୁଦା: ଅପରାଧ ଘଟାଇବାକୁ ବୋମା ନେଇ ଯାଉଥିବାବେଳେ ହାତରେ ଫୁଟିଗଲା । ଆହତ ହେଲା ଗ୍ୟାଙ୍ଗଷ୍ଟର ସାଗର ମଲ୍ଲିକର ସହଯୋଗୀ ଦିବ୍ୟଜ୍ୟୋତି ଶତପଥୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଦିବ୍ୟଜ୍ୟୋତିକୁ ଉଦ୍ଧାର କରି ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି।

ସୂଚନା ଅନୁଯାୟୀ, ଦିବ୍ୟଜ୍ୟୋତି ଓ ଅନ୍ୟ ତା’ର ଦୁଇ ସହଯୋଗୀ ଏରସମା ଅଞ୍ଚଳରେ କୌଣସି ଏକ ଘଟଣା ଘଟାଇବା ବୋମା ଧରି ଯାଉଥିଲେ। ତେବେ ବାଲିକୁଦା- ବୋରିକାନା ରାସ୍ତାର ତେରତାଙ୍ଗ ଠାରେ ଅସାବଧାନତା ହେତୁ ବୋମାଟି ହାତରେ ହିଁ ଫୁଟିଯାଇଥିଲା। ଉକ୍ତ ଘଟଣା ପରେ ଦିବ୍ୟଜ୍ୟୋତିକୁ ଅନ୍ୟ ଦୁଇ ସହଯୋଗୀ ଛାଡ଼ି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ଦିବ୍ୟଜ୍ୟୋତିକୁ ଆହତ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଚିକିତ୍ସା କରାଇଛି। ତେବେ ଘଟଣା ସ୍ଥଳରେ ଆଉ ଏକ ଅଫୁଟା ବୋମା ଥିବା ସୂଚନାରେ ଛାନଭିନ ଜାରି ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top