ଅନ୍ତୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ପ୍ରଦାନ, ୪ ମାସ ଭିତରେ କାମ ସରିଲେ ପ୍ରୋତ୍ସାହନ ରାଶି
Published By: Kirti – Prameya-News7 Bureau | October 19, 2025 03:15 PM
NEWS7
ଭୁବନେଶ୍ୱର ୧୯।୧୦ : ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି ଅର୍ଥ। ତୃତୀୟ ପର୍ଯ୍ୟାୟରେ ୪୮ ହଜାର ୬୯୩ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ।
ଅନ୍ତୋଦୟ ଗୃହ ଯୋଜନାରେ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହାପରେ ଦ୍ବିତୀୟ କିସ୍ତିରେ ୬୫ ହଜାର ଓ ତୃତୀୟ କିସ୍ତିରେ ୧୫ ହଜାର ଟଙ୍କା ପ୍ରଦାନ କରାଯିବ। ୪ ମାସ ଭିତରେ ଘର କାମ ସରିଲେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ସରକାର। ୬ ମାସ ଭିତରେ କାମ ସାରିଲେ ମିଳିବ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି। ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଓ ଦ୍ବିତୀୟ ପର୍ଯ୍ୟାୟରେ ୫୦ ହଜାର ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇଛି । ଏହି ଯୋଜନାରେ ୫ ଲକ୍ଷ ହିତାଧିକାରୀଙ୍କୁ ଘର ଦେବାକୁ ଲକ୍ଷ ରଖିଛନ୍ତି ସରକାର। ଲୋକସେବା ଭବନରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି ସରକାର। ଯୋଜନାର ହିତାଧିକାରୀଙ୍କ ସହିତ ସିଧାସଳଖ କଥା ହୋଇ ମୁଖ୍ୟମନ୍ତ୍ରୀ ଫିଡଵ୍ୟାକ ବି ନେଇଛନ୍ତି। ଏହାସହ ୪୭୧ ପଞ୍ଚାୟତ ଭବନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରଯାଇଛି। ୩୫ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହେବ ପଞ୍ଚାୟତ ଭବନ। ସରପଞ୍ଚଙ୍କଠୁ ଆରମ୍ଭ କରି ପଞ୍ଚାୟତ ଅଧିକାରୀଙ୍କ ପାଇଁ ସ୍ବତନ୍ତ୍ର କୋଠରୀ ରହିବ। ଗୋଟିଏ ସ୍ଥାନରେ ସବୁ ପଞ୍ଚାୟତସ୍ତରୀୟ କାମ ହୋଇପାରିବ।




