ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ, ‘ନାରୀଶକ୍ତି ହିଁ ସମାଜର ପ୍ରକୃତ ଶକ୍ତି’

ଅନ୍ତର୍ଜାତୀୟ-ମହିଳା-ଦିବସରେ-ମୁଖ୍ୟମନ୍ତ୍ରୀଙ୍କ-ପୋଷ୍ଟ,-‘ନାରୀଶକ୍ତି-ହିଁ-ସମାଜର-ପ୍ରକୃତ-ଶକ୍ତି’

ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ, ‘ନାରୀଶକ୍ତି ହିଁ ସମାଜର ପ୍ରକୃତ ଶକ୍ତି’

Published By: Kirti – Prameya-News7 Bureau | March 08, 2026 09:28 AM

NEWS7

CM

ଭୁବନେଶ୍ୱର ୦୮।୦୩ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Xରେ ପୋଷ୍ଟ କରି ଲେଖିଛନ୍ତି- ରାଜ୍ୟର ସମସ୍ତ ମାତୃଶକ୍ତିଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ନାରୀଶକ୍ତି ହିଁ ସମାଜର ପ୍ରକୃତ ଶକ୍ତି। ଏହି ଦୃଢ଼ ବିଶ୍ୱାସ ସହ ଆମ ସରକାର ମହିଳାଙ୍କ ସାମଗ୍ରିକ ବିକାଶ ଓ ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସୁଛନ୍ତି।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ସମସ୍ତ ମାତୃଶକ୍ତିଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ନାରୀଶକ୍ତି ହିଁ ସମାଜର ପ୍ରକୃତ ଶକ୍ତି। ଏହି ଦୃଢ଼ ବିଶ୍ୱାସ ସହ ଆମ ସରକାର ମହିଳାଙ୍କ ସାମଗ୍ରିକ ବିକାଶ ଓ ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସୁଛନ୍ତି।

ଆଜି ଓଡ଼ିଶାର ମହିଳାମାନେ ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ଆର୍ଥିକ… pic.twitter.com/d6BlbSypxo

— Mohan Charan Majhi (@MohanMOdisha) March 8, 2026

ଓଡ଼ିଶାର ମହିଳାମାନେ ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ଆର୍ଥିକ ସ୍ୱାଧୀନତା ପାଉଥିବା ବେଳେ ‘ଲକ୍ଷପତି ଦିଦି’ ଅଭିଯାନ ଜରିଆରେ ନୂତନ ଉଦ୍ୟୋଗୀ ଭାବେ ଆତ୍ମପ୍ରକାଶ କରୁଛନ୍ତି। ଝିଅମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ ଯୋଜନା ଶିକ୍ଷା କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆଣିବାକୁ ଯାଉଥିବା ବେଳେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରୁଛି। ସେହିପରି ‘ମମତା’ ଓ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା’ ଯୋଜନା ଜରିଆରେ ମା’ ଓ ଶିଶୁ କଲ୍ୟାଣକୁ ସୁନିଶ୍ଚିତ କରାଯାଉଛି। ‘ସୁଭଦ୍ରା ୱେଲନେସ୍ ସେଣ୍ଟର’ ଓ ‘ସୁଭଦ୍ରା ଶକ୍ତି ସମ୍ବାଦ’ ଭଳି ଅଭିନବ ପ୍ରୟାସ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସଚେତନତାକୁ ଆହୁରି ମଜବୁତ କରୁଛି। ଆମର ଏହି ସମସ୍ତ ପ୍ରୟାସର ମୂଳ ଲକ୍ଷ୍ୟ ହେଉଛି ନାରୀଶକ୍ତିଙ୍କୁ ସମ୍ମାନ ଓ ସମାନ ସୁଯୋଗ ପ୍ରଦାନ କରିବା।

Scroll to Top