ଅଦିତି ରାଓ ହାଇଦରୀଙ୍କ ନାମରେ ହେଉଛି ଅନଲାଇନ୍ ଠକେଇ, ଫ୍ୟାନ୍ସଙ୍କୁ ଆଲର୍ଟ କଲେ ଅଭିନେତ୍ରୀ

ଅଦିତି-ରାଓ-ହାଇଦରୀଙ୍କ-ନାମରେ-ହେଉଛି-ଅନଲାଇନ୍-ଠକେଇ,-ଫ୍ୟାନ୍ସଙ୍କୁ-ଆଲର୍ଟ-କଲେ-ଅଭିନେତ୍ରୀ

ମୁମ୍ଵାଇ ୧୭।୧୧; ଅଭିନେତ୍ରୀ ଅଦିତି ରାଓ ହାଇଦରୀଙ୍କୁ ଶେଷ ଥର ପାଇଁ “ହୀରାମଣ୍ଡି: ଦି ଡାଇମଣ୍ଡ ବଜାର” ସିରିଜରେ ନଜର ଆସିଥିଲେ। ନିକଟରେ ଅଭିନେତ୍ରୀ ଏକ ବିବୃତ୍ତି ଜାରି କରି ହ୍ୱାଟ୍ସଆପ୍‌ରେ ଫେକ୍ ପ୍ରୋଫାଇଲ୍ ବିଷୟରେ ଲୋକଙ୍କୁ ଚେତାବନୀ ଦେଇଥିଲେ। ଅଦିତି କହିଥିଲେ ଯେ କେହି ଜଣେ ତାଙ୍କ ନାମ ବ୍ୟବହାର କରି ଫେକ୍ ଆକାଉଣ୍ଟ ତିଆରି କରୁଛନ୍ତି ଏବଂ ଲୋକଙ୍କୁ ଠକୁଛନ୍ତି।

ଅଦିତି ତାଙ୍କ ଇନଷ୍ଟାଗ୍ରାମରେ ଏକ ନୋଟ୍ ସେୟାର କରିଛନ୍ତି। ଯେଉଁଥିରେ ଫେକ୍ ଆକାଉଣ୍ଟ ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି। ସେ ବ୍ୟକ୍ତିଙ୍କ ଫୋନ୍ ନମ୍ବର ମଧ୍ୟ ସେୟାର କରିଛନ୍ତି। ଅଭିନେତ୍ରୀ ଲେଖିଛନ୍ତି, “ମୁଁ କିଛି କଥା କହିବାକୁ ଚାହୁଁଥିଲି ଯାହା ଆଜି କିଛି ଲୋକଙ୍କ ଦ୍ୱାରା ମୋ ଦୃଷ୍ଟିକୁ ଆସିଥିଲା। କେହି ଜଣେ ହ୍ୱାଟ୍ସଆପରେ ମୋର ଫଟୋ ବ୍ୟବହାର କରୁଛନ୍ତି ଏବଂ ଫଟୋଗ୍ରାଫରମାନଙ୍କୁ ‘ଫଟୋସୁଟ୍’ ବିଷୟରେ ବାର୍ତ୍ତା ପଠାଉଛନ୍ତି।”

ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଏହା ମୁଁ ନୁହେଁ। ମୁଁ ଏପରି ଯୋଗାଯୋଗ କରେନି କି ମୁଁ କାମ ପାଇଁ ବ୍ୟକ୍ତିଗତ ନମ୍ବର ବ୍ୟବହାର କରେ ନାହିଁ।” ସବୁକିଛି ସବୁବେଳେ ମୋ ଦଳ ମାଧ୍ୟମରେ ହୁଏ। ଦୟାକରି ସତର୍କ ରୁହନ୍ତୁ ଏବଂ ସେହି ନମ୍ବର ସହିତ ଯୋଗାଯୋଗ କରନ୍ତୁ ନାହିଁ। ଯଦି ଆପଣଙ୍କୁ କିଛି ଅଡୁଆ ଲାଗେ , ତେବେ ମୋ ଟିମ୍କୁ ଜଣାନ୍ତୁ। ମୋତେ ସମର୍ଥନ କରୁଥିବା ଏବଂ ଏତେ ସୁରକ୍ଷା ଦେଉଥିବା ସମସ୍ତଙ୍କୁ ଧନ୍ୟବାଦ।”

Scroll to Top