ଅଚାନକ ରାଜୀବ ଭବନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଉନ୍ନୟନ କମିଶନରଙ୍କ ସହ ପୁରା ବିଭାଗ ବୁଲି ଦେଖିଲେ

ଅଚାନକ-ରାଜୀବ-ଭବନରେ-ପହଞ୍ଚିଲେ-ମୁଖ୍ୟମନ୍ତ୍ରୀ,-ଉନ୍ନୟନ-କମିଶନରଙ୍କ-ସହ-ପୁରା-ବିଭାଗ-ବୁଲି-ଦେଖିଲେ

ଅଚାନକ ରାଜୀବ ଭବନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଉନ୍ନୟନ କମିଶନରଙ୍କ ସହ ପୁରା ବିଭାଗ ବୁଲି ଦେଖିଲେ

Published By: Ruby – Prameya-News7 Bureau | October 31, 2025 12:28 PM

NEWS7

cm

ଭୁବନେଶ୍ବର ୧୦: ମୁଖ୍ୟମନ୍ତ୍ରୀଙ୍କ ସରପ୍ରାଇଜ୍ ଭିଜିଟ୍ । କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ ? କାର୍ଯ୍ୟାଳୟକୁ ଠିକ୍ ଭାବେ ଆସୁଛନ୍ତି କି ନାହିଁ ? ସଠିକ୍ ସମୟରେ ଅଫିସ୍ ଆସୁଛନ୍ତି କି ନାହିଁ ? ଏନେଇ ଶୁକ୍ରବାର ୧୦ଟା ୧୫ମିନିଟ୍ରେ ଅଚାନକ ରାଜୀବ ଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ନୟନ କମିଶନରଙ୍କ ସହ ପୁରା ବିଭାଗ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ଏହାସହ ରାଜ୍ୟ ହାଇଡ୍ରୋଲୋଜିକାଲ ଡାଟା ସେଣ୍ଟର ମଧ୍ୟ ବୁଲି ଦେଖିଥିଲେ ରାଜ୍ୟରେ ଡ୍ୟାମ୍‌ର ସ୍ଥିତି ୱାଟର ଲେବଲ ବିଷୟରେ ଅବଗତ ହୋଇଥିଲେ

ଏହାପରେ ବିଭାଗର ସମସ୍ତ ମହଲରେ ଥିବା ଅଧିକାରୀଙ୍କ ଚାମ୍ବର ସହ ସମ୍ମିଳନୀ କକ୍ଷକୁ ବି ଯାଇ ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ ଡ୍ୟାମ୍, ନଦୀ ବନ୍ଧ, ଜଳ ସମ୍ପଦ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଚଳଚଞ୍ଚଳ ହେବ ରାଜୀବ ଭବନ ଆଉ ସ୍ମାର୍ଟ ହେବ କାର୍ଯ୍ୟାଳୟ ବିଭାଗର ଅଧିକାରୀ ମାନେ ଭଲ କାମ କରୁଛନ୍ତି କିନ୍ତୁ ରାଜ୍ୟ ସରକାରଙ୍କ ଟାର୍ଗେଟ୍‌ ୧୫ ଲକ୍ଷ ହେକ୍ଟର ଜମିର ଜଳ ସେଚନ ପାଇଁ ମିଶନ ମୋଡ଼ରେ କାମ କରିବାକୁ ନିର୍ଦ୍ଦେଶ ଦେଇଛି ଅଧିକରୁ ଅଧିକ ଜଳ ସଂରକ୍ଷଣ ପାଇଁ ବିଭାଗକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Scroll to Top