ଅଘଟଣ, ବଡ଼ ଭାଇକୁ ଛୁରୀରେ ଭୁସି ହତ୍ୟା କଲା ସାନ ଭାଇ
Published By: Kirti – Prameya-News7 Bureau | November 11, 2025 10:48 AM
NEWS7
ମୋହନା ୧୧।୧୧ : ଭାଇ ହେଲା ଭଗାରୀ । ବଡ଼ ଭାଇକୁ ଛୁରୀରେ ଭୁସି ହତ୍ୟା କଲା ସାନ ଭାଇ । ମୃତକ ହେଲେ ଅଜ୍ୟମ୍ ଦଳବେହେରା । ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ରେବିଡ଼ି ଗାଁରେ ଘଟିଛି ଏହି ଅଘଟଣ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, କୌଣସି କାରଣକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯେଉଁଥିରେ ଉତ୍କ୍ଷିପ୍ତ ହୋଇ ବଡ଼ ଭାଇକୁ ଛୁରୀରେ ଭୁସି ହତ୍ୟା କରିଥିଲେ । ତେବେ ବର୍ତ୍ତମାନ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଏହାସହ ସାନ ଭାଇକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ ।




