ଅକ୍ଟୋବରରେ ଆସୁଛି ବାତ୍ୟା ! ୨୭ ବେଳକୁ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇପାରେ ଲଘୁଚାପ
Published By: Ruby – Prameya-News7 Bureau | October 24, 2025 01:12 PM
NEWS7
ଭୁବନେଶ୍ବର ୨୪।୧୦: ଅକ୍ଟୋବରରେ ପୁଣି ଆସୁଛି ବାତ୍ୟା । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେବ । ଲଘୁଚାପଟି କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ୨୫ ତାରିଖ ବେଳକୁ ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ । ଆସନ୍ତା ୨୬ ତାରିଖ ବେଳକୁ ଏହା ଗଭୀର ଅବପାତରେ ପରିଣତ ହେବ । ପରେ ଏହା ଅଧିକ ଘନୀଭୂତ ହୋଇ ୨୭ ତାରିଖରେ ବାତ୍ୟାରେ ପରିଣତ ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବେ ଲଘୁଚାପଟି ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଘଣ୍ଟା ପ୍ରତି ଏହା ୩ କି.ମି. ବେଗରେ ଗତି କରୁଛି ।
ତେବେ ଏହା ନିର୍ଦ୍ଦିଷ୍ଟ ଭାବେ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ ସ୍ପଷ୍ଟ କରିନି IMD । ଅବପାତ ପରେ ହିଁ ଏହାର ସ୍ଥିତି ବିଷୟରେ ଅଧିକ ଜଣାପଡ଼ିବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି । ୧୯୯୯ ମହାବାତ୍ୟାର ଚିତ୍ର ଏବେବି ଲୋକଙ୍କ ମନରୁ ଲିଭିନଥିବା ବେଳେ ସେଇ ଅକ୍ଟୋବରରେ ପୁଣି ଏକ ବାତ୍ୟା ସମ୍ଭାବନାକୁ ନେ ଲୋକଙ୍କ ମନରେ ଛନକା ପସିଛି ।
ଆସୁଛି ବାତ୍ୟା!!
ବଙ୍ଗୋପସାଗର ରେ ବାତ୍ୟା ସମ୍ଭାବନା!!! pic.twitter.com/tRHys8bqeh— usd (@usd0705) October 24, 2025
ସମ୍ଭାବ୍ୟ ବାତ୍ୟାର ଗତିପଥ ଏବଂ ଜଡିତ ପବନ ର ବେଗ pic.twitter.com/UGDYu1hYEj
— usd (@usd0705) October 24, 2025




